ଚୈତ୍ର ସକାଳରେ ମନ୍ଦ ମନ୍ଦ ପବନରେ ମଧ୍ୟ
ବୋହିଯାଉଅଛି ମୋର ଦେହରୁ
ଗମ୍ ଗମ୍ ଝାଲ।
ଦେଖିଦେଲା ପରେ ସେଇ
ଅଚିନ୍ତନୀୟ ଦୃଶ୍ୟ ।
ଖରାର ତାତିରେ ସମସ୍ତେ
ଘରେ ଶୋଇଥିଲା ବେଲେ
ନିରୀହ ଶିଶୁ ଦୁଇଟି
ପଡି ରହିଛନ୍ତି ରାସ୍ତା କଡରେ ।
ନାହିଁ ତାଙ୍କ ପାଖେ
ଟାଣୁଆ ଖରା ଦାଉରୁ ରକ୍ଷା ପାଇବା ପାଇଁ
ଚାଳଛପର ଘର ।
ନିଜର ଫୁଙ୍ଗୁଳା ଦେହକୁ ଢାଙ୍କିବା ପାଇଁ
ନାହିଁ ତାଙ୍କ ପାଖେ ବସ୍ତ୍ର ।
ମାଆ ବାପା ଛେଉଣ୍ଡ ସେଇ
ପିଲା ଯୋଡିକ ପାଖେ
ରହିବା ପାଇଁ ନାହିଁ ଆଜି ଏକ ଚାରିକାନ୍ଥ ।
ଖୋଲା ଆକାଶ ତଳେ
ଆଶ୍ରା ନେଇ ବିତାଉଛନ୍ତି ତାଙ୍କର ଜୀବନ ।
କଣ ଭୁଲ ଥିଲା ସେଇ
ନିରୀହ ପିଲା ଯୋଡିକର
ଗରୀବ ଘରରେ ଜନ୍ମ ହେବା କଣ
ତାଙ୍କର ଭୁଲ ଥିଲା ।
ଶୁଣିଦେଲା ପରେ ଏଇ
ହୃଦୟ ବିଦାରକ ଘଟଣା
ମୋର ଦେହରୁ
ସ୍ବେଦ ର ଧାରା ବୋହିଯାଉଅଛି ।
ଜୟଶ୍ରୀ ମେହେର
ବନୁପାଲି


0 Comments